ଅନେକ ଦିନପରେଅନେକ ଦିନପରେ
🎂🎂🎂🎂🎂
ଅନେକ ଦିନପରେ
ଇଚ୍ଛାମାନେ ଫଳବତୀ ହେଲେ
ନିଜ ନିଜ ବାଟ ଦେଖି
ଓଗାଳି ଚାଲିଲେ ।
ସେଠି ଦୁଃଖ ଥାଉ
ଯନ୍ତ୍ରଣା ବି ଥାଉ
ସ୍ୱର୍ଗ ଥାଉ ,ନର୍କ ଅବା ଥାଉ
ସେଥିପାଇଁ ଟିକେହେଲେ
ନିଘା ଦେଲେ ନାହିଁ
ବରଂ ନିଜର ନିଜତ୍ୱ ହରାଇ
କାମନାର ସର୍ବସ୍ୱ ମଧ୍ୟରେ
ସେମାନେ ବି ବିଲୀନ ହୋଇଲେ ।
ସତେ ଅବା ଅବୁଝା ମଣିଷ ସେମାନେ
କେମିତି ବୁଝିବେ ଟିକିଏ
କାମନାର ବିନାଶରେ
ସବୁ ଦୁଃଖ ମରି ହଜି ଯିବ
ଅଣ ଲେଉଟା ବି ହେବ ।
ଅନେକ ଦିନପରେ
ଇଚ୍ଛାମାନେ ଆପେ ଆପେ ମରିଗଲେ
ସତେଯେମିତି
ସବୁଦିନ ପାଇଁ
ସମର୍ପଣ ଭାବନେଇ
ନିର୍ବାଣ ପାଇଲେ ।
No comments:
Post a Comment